ଓଡ଼ିଶାଲାଇଭ ବ୍ୟୁରୋ

ସୁରକ୍ଷା କାରଣରୁ ୧୦ ଜଣ ଖେଳାଳି ହଟିବାପରେ ଆଉ ଏକ ଟିମ ଗଠନ କରିଛି ଶ୍ରୀଲଙ୍କା। ଏଥିରେ ଲାହିରୁ ଥିରୁମାନେଙ୍କୁ ଶ୍ରୀଲଙ୍କା ଦଳର କ୍ୟାପଟେନ କରାଯାଇଥିବା ବେଳେ ଦାଶୁଦ ସନକାଙ୍କୁ ଟି-୨୦ ଟିମ୍‌ର ଦାୟିତ୍ଵ ଦିଆଯାଇଛି।

ବର୍ତ୍ତମାନ ଦଳର ଟି-୨୦ କ୍ୟାପଟେନ ଲସିଥ ମାଲିଙ୍ଗା ଓ ଦିନିକିଆ କ୍ୟାପଟେନ ଦିମୁଥ କରୁଣାରତ୍ନ ଏହି ଗସ୍ତ ପାଇଁ ମନା କରିଦେଇଛନ୍ତି। ଏମାନଙ୍କ ବ୍ୟତୀତ ଆଞ୍ଜେଲୋ ମାଥ୍ୟୁସ, ନିରୋସାନ ଡିକଓ୍ଵାଲ, କୁଶଲ ପରେରା, ଧନଞ୍ଜୟ ଡି ସିଲଭା, ଥିସାରା ପେରେରା, ଅକିଲା ଧନଞ୍ଜୟ, ସୁରଙ୍ଗା ଲାକମଲ, ଓ ଦିନେଶ ଚାଣ୍ଡିମାଲ ପାକିସ୍ତାନ ଗସ୍ତ ପାଇଁ ମନା କରି ଦେଇଛନ୍ତି।

ତେବେ ଏହି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଦଳ କିଛି ନୂଆ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛି। ମିନୋଦ ମାନୁକା ନୂଆ ଖେଳାଳି ଭାବେ ଏଥର ଦଳରେ ସ୍ଥାନ ପାଇଛନ୍ତି।

ଦିନିକିଆ ଦଳ: ଲାହିରୁ ଥିରିମାନେ (କ୍ୟାପଟେନ୍), ଦନୁସ୍କା ଗୁଣତିଲକ, ସଦୀରା ସମରାବିକ୍ରମ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଓଶାଡା ଫର୍ଣ୍ଣାଣ୍ଡୋ, ଶେହାନ୍ ଜୟସୁରିୟା, ଦାସୁଦ୍ ଶନକା, ମିନୋଦ ଭାନୁକା, ଆଞ୍ଜେଲୋ ପରେରା, ୱାନିନ୍ଦୁ ହାସରଙ୍ଗା, ଲକସନ୍ ସାଣ୍ଡାକାନ୍, ନୁୱନ୍ ପ୍ରଦୀପ, ଇସୁରୁ ଉଦାନା, କାସୁନ୍ ରଜିତା, ଲାହିରୁ କୁମାରା।

ଟି-୨୦ ଦଳ: ଦାସୁନ୍ ଶନକା (କ୍ୟାପଟେନ୍), ଦନୁସ୍କା ଗୁଣତିଲକ, ସଦୀରା ସମରାବିକ୍ରମ, ଅଭିସ୍କା ଫର୍ଣ୍ଣାଣ୍ଡୋ, ଓସାଡା ଫର୍ଣ୍ଣାଣ୍ଡୋ, ଶେହାନ୍ ଜୟସୁରିୟା, ଆଞ୍ଜେଲୋ ପରେରା, ଭାନୁକା ରାଜପାକସା, ମିନୋଦ ଭାନୁକା, ଲାହିରୁ ମଦୁଶଙ୍କା, ୱାନିନ୍ଦୁ ହାସରଙ୍ଗା, ଲକସନ୍ ସାଣ୍ଡାକାନ୍, ଇସୁରୁ ଉଦାନା, ନୁୱନ୍ ପ୍ରଦୀପ, କାସୁନ୍ ରଜିତା, ଲାହିରୁ କୁମାରା।

Comment