ଓଡ଼ିଶାଲାଇଭ ବ୍ୟୁରୋ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସ୍ଥାନକୁ ବିମାନ ଉଡ଼ିବ। ବୁଧବାର ଆଞ୍ଚଳିକ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

ବୁଧବାର ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରସୁଗୁଡ଼ାରୁ ଦୁଇଟି ନୂଆ ସହର କୋଲକତା ଓ ବାଙ୍ଗାଲୁରୁକୁ ବିମାନ ଉଡ଼ିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନଓ୍ଵେ ଚଉଡ଼ା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ପୂର୍ବରୁ ଝାରସୁଗୁଡ଼ା ସହରରୁ ୫ଟି ସହରକୁ ବିମାନ ଚଳାଚଳ ହେଉଛି। ତେବେ ଆଉ ଦୁଇଟି ସହର ଖୁବ ଶିଘ୍ର ଏହି ବିମାନ ବନ୍ଦର ସହ ଯୋଡ଼ି ହେବାକୁ ଯାଉଛି। ହେଲେ କେବେଠାରୁ ଓ କେଉଁ ସମୟରେ ଏହି ବିମାନ ଉଡ଼ାଣ ଭରିବ ତାହା ନିଷ୍ପତ୍ତି ହୋଇନାହିଁ।

Comment