ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ଆଗେଇ ନେବା ପାଇଁ ସେଠାକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଆହ୍ଵାନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ସରକାରଙ୍କ ପକ୍ଷରୁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯାଇଛି ତାହାକୁ ଭିତ୍ତି କରି ନିଜ ନିଜ ଜିଲ୍ଲାରେ ଶିଳ୍ପାୟନକୁ ବଢାଇବା ପାଇଁ ସେ କହିଛନ୍ତି।

ନିକଟରେ ସେ ଝାରସୁଗୁଡ଼ା ଗସ୍ତରେ ଯାଇ ସେଠାକାର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ତାଙ୍କ ସହିତ ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଇପିକଲ ଏମଡି ନିତିନ ବି ଜବାଲେ ବି ବୈଠକରେ ଉପସ୍ଥିତ ଥିଲେ।

ଅସିତ ତ୍ରିପାଠୀ କହିଥିଲେ ଯେ, ସରକାରଙ୍କ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ବହୁତ କିଛି ସୁବିଧା ଯୋଗାଇ ଦିଆଯାଇଛି, ଯାହାକି ଅନ୍ୟ ରାଜ୍ୟ ତୁଳନାରେ ବେଶ ଆଗୁଆ। ଫଳରେ ଓଡ଼ିଶା ସରକାରଙ୍କ ଗୋ ସୁଇଫ୍ଟ ପୋର୍ଟାଲ ନୀତି ଆୟୋଗ ଦ୍ୱାରା ବି ପ୍ରଶଂସିତ ହୋଇପାରିଛି।

ଏଥିସହିତ ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଯେତିକି ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଦିଆଯାଇଛି ତାହାକୁ ଆଗେଇ ନେବା ଉପରେ ସେ ଜୋର ଦେଇଥିଲେ।

Comment