ଓଡ଼ିଶାଲାଇଭ ବ୍ୟୁରୋ

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ର। ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ଭାବେ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ଆୟ ବହିର୍ଭୁତ ସମ୍ପତ୍ତିଠୁଳ ନେଇ ଭିଜିଲାନ୍ସ ସୂଚନା ମିଳିବା ପରେ ଗୁରୁବାର ସକାଳୁ ଭିଜିଲାନ୍ସର ଏକ ଟିମ୍‌ ପ୍ରଥମେ ତାଙ୍କର ପ୍ୟାଲେସ ଲାଇନ ନିକଟ ଦଶମତି ବାସଭବନରେ ଚଢ଼ାଉ କରିଥିଲା। ଏହାସହ ବଲାଙ୍ଗିରସ୍ଥିତ କାର୍ଯ୍ୟାଳାୟ, ଭବାନୀପାଟଣାସ୍ଥିତ ଝିଅ ଘରେ ଓ ଶ୍ଵଶୁର ଘରେ ଏକକାଳୀନ ଚଢ଼ାଉ ଜାରି ରଖିଛି।

Comment