ଓଡ଼ିଶାଲାଇଭ ବ୍ୟୁରୋ

ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବିହାର ମୁଜାଫରପୁର ଜିଲ୍ଲାର ପଓ୍ଵନ ଠାକୁରଙ୍କ ପୁଅ ନିରଜ ଠାକୁର। ନିରଜକୁ ଗିରଫ ପରେ ପ୍ରଥମେ ମୁଜାଫରପୁର କୋର୍ଟ ଓ ପରେ ଝାରସୁଗୁଡ଼ା କୋର୍ଟକୁ ପଠାଯାଇଛି। ତେବେ ଏହି ଲୁଟ ଘଟଣାରେ ସମ୍ପୃକ୍ତଥିବା ଅନ୍ୟ ଅପରାଧୀମାନଙ୍କୁ ଯଥା ଶୀଘ୍ର ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱନୀକୁମାର ମହାନ୍ତି କହିଛନ୍ତି।
ଅଭିଯୁକ୍ତମାନେ ପୂର୍ବରୁ ବିଭିନ୍ନ ଅପରାଧୀକ ମାମାଲାରେ ଜଡିତ ରହିଛନ୍ତି। ଏହାସହ ମୁଜାଫରପୁରର ଏକ କୋରିଅର ଅଫିସରୁ ମଧ୍ୟ ୨୫ ଲକ୍ଷଟଙ୍କା ଲୁଟ କରିଥିଲେ। ତେବେ ଏକ୍ସସିସ ବ୍ୟଙ୍କରୁ ଲୁଟିଥିବା ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ। ସିସିଟିଭି କ୍ୟାମେରା ଫୁଟେଜ ଓ ଅପରାଧୀମାନେ ବ୍ୟାଙ୍କ ଲୁଟ କରିବା ପୂର୍ବରୁ ଆକ୍ସିସ ବ୍ୟଙ୍କ ଏଟିଏମରେ ସ୍ୱାଇପ କରିଥିବା କାର୍ଡରୁ ବିଭିନ୍ନ ଟେକନିକାଲ ଯାଞ୍ଚପରେ ସେମାନେ ବିହାର ମଜାଫରପୁରର ବୋଲି ଜଣାପଡିଥିଲା।
ଏହାପରେ ଝାରସୁଗୁଡା ପୋଲିସର ଏକ ଟିମ ମୁଜଫରପୁର ଯାଇ କିଛିଦିନର ତନାଘନାପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନେ କିଛିଦିନ ପୂର୍ବରୁ ଓଡିଶା ଆସି ସୁନ୍ଦରଗଡର ଏକ ଘରୋଇ ହୋଟେଲରେ ରହିଥିଲେ। ସେଠାରୁ ବେଲପାହାଡ ଓ ଗୋମାଡେରାକୁ ନିୟମିତ ଦୁଇଦିନ ତଦାରଖ କରି ଗୋମାଡେରା ଏକ୍ସିସିସ ବ୍ୟଙ୍କକୁ ଲୁଟ କରିଥିଲେ।
ଗତ ୪ ତାରିଖ ଦିନ ୬ ଜଣ ଲୁଟେରା ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରାସ୍ଥିତ ଆକ୍ସିସ୍ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭିତ କରାଇଥିଲେ। ପରେ କ୍ୟାସ କାଉଣ୍ଟର ଭାଙ୍ଗି ୧୧ ଲକ୍ଷ ଟଙ୍କାଲୁଟ କରି ଚମ୍ପଟ ମାରିଥିଲେ।
















