ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ୩୧ତମ ପୂର୍ବାଞ୍ଚଳ ଜୁନିଅର ଆଥ୍‌ଲେଟିକ୍ ଚାମ୍ପିଅନ୍‌ସିପ୍‌ ଶନିବାରଠୁ ରାଞ୍ଚିରେ ଆରମ୍ଭ ହୋଇଛି। ୨ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୨୩ଟି ପଦକ ପାଇଛି ଓଡ଼ିଶା। ଏଥିରେ ୫ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି।

୧୮ବର୍ଷରୁ କମ୍ ବାଳକ ସଟ୍‌ପୁଟ୍‌ରେ ଲକଚୁମନ ଶର୍ମା, ୨୦ବର୍ଷରୁ କମ୍ ବାଳକ ହାଇଜମ୍ପରେ ସ୍ୱାଧୀନ କୁମାର ମାଝି, ୨୦ବର୍ଷରୁ କମ୍ ବାଳିକା ୧୦୦ମିଟର ଦୌଡରେ ଦୀପାଲି ମହାପାତ୍ର, ୨୦ବର୍ଷରୁ କମ୍ ବାଳକ ୧୫ଶହ ମିଟର ଦୌଡରେ ଭୀମସେନ ଲାକ୍ରା, ୨୦ବର୍ଷରୁ କମ୍ ବାଳକ ୪ଗୁଣା ୧୦୦ ମିଟର ରିଲେରେ ଶାନ୍ତନୁ ପଟିଆର, ସରୁନ ପାୟାସିଂ, ବିଜୟ ଖାଲ୍‌ଖୋ, ସାହିଲ୍ କିରୋ ପ୍ରମୁଖ ସ୍ୱର୍ଣ୍ଣ ପଦକ ସଫଳତା ହାସଲ କରିପାରିଛନ୍ତି।

ସେହିପରି ୨୦ବର୍ଷରୁ କମ୍ ବାଳକ ୧୧୦ ମିଟର ହର୍ଡଲ୍ସରେ ପୁଙ୍ଗା ସୋରେନ, ସଟ୍ପୁଟ୍‌ରେ ଦିଲ୍ଲୀପ କୁମାର ସେନାପତି, ୧୬ବର୍ଷରୁ କମ୍ ବାଳିକା ୨୦୦ମିଟର ଦୌଡରେ ସ୍ୱର୍ଣ୍ଣଲତା ଶର୍ମା, ୧୦୦ମିଟର ଦୌଡରେ ମଧୁସ୍ମିତା ଦେବ, ୨୦ବର୍ଷରୁ କମ୍ ବାଳିକା ସଟ୍ପୁଟ୍‌ରେ ପ୍ରିୟଙ୍କା ଟପ୍ପୋ, ୩ ହଜାର ମିଟର ଦୌଡରେ ପାର୍ବତୀ ମାଝି, ୧୦୦ମିଟର ଦୌଡରେ ମନିଷା ମେରେଲ, ଡିସ୍କସ୍‌ରେ ସୁକାନ୍ତି ସିଂ, ୪ଗୁଣା ୧୦୦ମିଟର ରିଲେରେ ଦୀପାଲି ମହାପାତ୍ର, ପ୍ରିୟଙ୍କା ଟପ୍ପୋ, ମନିଷା ମେରେଲ, ସବିତା ହେମ୍ବ୍ରମ୍ , ୧୮ବର୍ଷରୁ କମ୍ ବାଳିକା ୪୦୦ମିଟର ଦୌଡରେ ସୁଖି ବାସ୍କେ, ୨୦ବର୍ଷରୁ କମ୍ ବାଳକ ୪୦୦ ମିଟର ଦୌଡରେ ସାହିଲ କିରୋ, ୧୪ବର୍ଷରୁ କମ୍ ବାଳକ ଲଙ୍ଗଜମ୍ପରେ ରାଜେନ୍ଦ୍ର ସିଦ୍ଧୁ ରୌପ୍ୟ ପଦକ ଜିତିଛନ୍ତି।

ଅନ୍ୟପକ୍ଷରେ ୧୬ବର୍ଷରୁ କମ୍ ବାଳିକା ସଟ୍‌ପୁଟ୍‌ରେ ନେତ୍ରମଣୀ ସିଂ, ୧୦୦ମିଟର ହର୍ଡଲ୍ସରେ ସବିତା ଟପ୍ପୋ, ୨୦ବର୍ଷରୁ କମ୍ ବାଳିକା ୧୦୦ମିଟର ହର୍ଡଲ୍ସରେ ପ୍ରିୟଙ୍କା ଟପ୍ପୋ, ସଟ୍ପୁଟ୍‌ରେ ସୁକାନ୍ତି ସିଂ, ବାଳକ ଡିସ୍କସ୍‌ରେ ଅଭିଷେକ ପଣ୍ଡା, ୧୮ବର୍ଷରୁ କମ୍ ବାଳକ ୧୦୦ମିଟର ଦୌଡରେ ମନୋଜ ଓରାମ ପ୍ରମୁଖ ବ୍ରୋଞ୍ଜ ପଦକ ଜିତିଥିଲେ।

ଓଡ଼ିଶାରୁ ୩୫ ବାଳିକା ଓ ୨୫ ଜଣ ବାଳିକା ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ବିଭୂତି ଭୂଷଣ ପଣ୍ଡା ମ୍ୟାନେଜର, ସସ୍ମିତା ଦତ୍ତ ମହିଳା ମ୍ୟାନେଜର ଓ ଚିତ୍ତରଞ୍ଜନ ମହାପାତ୍ର କୋଚ୍, ସସ୍ମିତା ସେଠୀ ମହିଳା କୋଚ୍ ଭାବେ ଟିମ୍‌ ସହ ରାଞ୍ଚି ଯାତ୍ରା କରିଛନ୍ତି।

Comment