ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ପୂର୍ବରୁ ଭାରତ ତାର ଶେଷ ଦିନିକିଆରେ ସିରିଜ୍‌ ହାତେଇବା ଲକ୍ଷ୍ୟରେ ଅଛି। ଶୁକ୍ରବାର ରାଞ୍ଚିରେ ଖେଳାଯିବ ତୃତିୟ ଦିନିକିଆ। ଏହା ମହେନ୍ଦ୍ର ସିଂ ଧୋନୀଙ୍କ ଘରୋଇ ଷ୍ଟାଡିୟମ ହୋଇଥିବାରୁ ଏହି ମ୍ୟାଚ୍‌ ଅନେକ ଗୁରୁତ୍ୱ ରଖୁଛି।

ଅନ୍ୟଏକ କାରଣ ପାଇଁ ବି ଶୁକ୍ରାବାରର ମ୍ୟାଚ୍‌ ଖାସ୍‌ ଅଟେ। ଧୋନିଙ୍କ ଘରୋଇ ଷ୍ଟାଡିୟମରେ ଏହି ଦିନିକିଆ ବୋଧହୁଏ ତାଙ୍କର ଶେଷ ଦିନିକିଆ ହେବ। ସେଥିଲାଗି ଏହି ମ୍ୟାଚ୍‌କୁ ସ୍ମରଣୀୟ କରିବାକୁ ଭାରତୀୟ ଟିମ୍‌ ଚେଷ୍ଟା କରିବ।

୫ମ୍ୟାଚ୍‌ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ରେ ଭାରତ ୨-୦ରେ ଆଗରେ ଅଛି। ପୂର୍ବର ଦୁଇଟି ଯାକ ମ୍ୟାଚ୍‌ରେ ଶେଷ ଓଭର ଯାଏଁ କିଏ ଜିତିବ ମ୍ୟାଚ୍‌ ସ୍ପଷ୍ଟ ହୋଇପାରିନଥିବାରୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୃତିୟ ଦିନିକିଆ ଦେଖିବା ଲାଗି ଅଧିକ ଉତ୍ସାହ ବଢାଉଛି। ଅନ୍ୟପଟେ ୨ଟି ମ୍ୟାଚ୍‌ ହାରିଥିବାରୁ ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ ଜିତିବାକୁ ଚେଷ୍ଟା କରିବ।

Comment