ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ମୋଟର ଯାନ ଆଇନକୁ ୩ମାସ ପାଇଁ କୋହଳ କରାଯାଇଥିବା ବେଳେ ଆଜି ପୁଣି ଏହାର ଶିକାର ହୋଇଛନ୍ତି ଜଣେ ବାଇକ ଚାଳକ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଅଞ୍ଚଳରେ ଜଣେ ବାଇକ ଚାଳକଙ୍କ ନାଁରେ କଟିଛି ୨୨ ହଜାର  ୫୦୦ ଟଙ୍କାର ଫାଇନ।

ଏମଭିଆଇ ଚେକିଂ ବେଳେ ବାଇକ ଚାଳକଙ୍କୁ ଜରିମାନା ଲାଗିଛି। ବିପଦପୂର୍ଣ୍ଣ ଭାବେ ବାଇକ ଚଳାଇବା ପାଇଁ ୫ହଜାର ଟଙ୍କା, ଜେନେରାଲ ଅଫେନ୍ସ ପାଇଁ ୫୦୦ ଟଙ୍କା, ମଦ୍ୟପାନ କରି ଗଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା ଫାଇନ, ଦାୟିତ୍ଵରେ ଥିବା ଅଧିକାରୀଙ୍କ ନିର୍ଦ୍ଦେଶ ନମାନିବାରୁ ୨ହଜାରଟଙ୍କା ଫାଇନ, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ହଜାର ଟଙ୍କା ଫାଇନ କଟାଯାଇଛି।

ପୂର୍ବରୁ ନୂଆ ନିୟମ ଲାଗୁ ହେବା ସମୟରେ ଅନେକ ଚାଳକଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିଥିଲା। ପରେ ସରକାର ଏହାକୁ ୩ ମାସ ପାଇଁ କୋହଳ କରିଥିଲେ।

Comment