ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳର ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ୱାର୍ ଲିମିଟେଡ୍ (JSPL)ରେ ମଙ୍ଗଳବାର ଦିନ ବିଶ୍ୱକର୍ମା ପୂଜା ଖୁବ୍ ଧୁମ୍‌ଧାମରେ ପାଳନ କରାଯାଇଛି।

ଏହି ପବିତ୍ର ପୂଜା ଅବସରରେ ଜିନ୍ଦଲ୍ ଷ୍ଟିଲସ୍ ଓଡ଼ିଶା ଶାଖା ମୁଖ୍ୟ (ଚିଫ୍ ଅପରେଟିଂ ଅଫିସର୍) ପଙ୍କଜ ଗୌତମ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର୍- ସେଣ୍ଟ୍ରାଲ୍ ମେଣ୍ଟେନାନ୍ସ୍ ସୁରେଶ କୁମାର, ଆଇରନ୍ ମେକିଙ୍ଗ୍ ମୁଖ୍ୟ  ଦାମୋଦର ମିତ୍ତଲଙ୍କ ସମତେ ସଂସ୍ଥାର ସମସ୍ତ ଶାଖା ମୁଖ୍ୟ ତଥା କର୍ମଚାରୀ ନିଜ ପରିବାରବର୍ଗଙ୍କ ସମେତ ଅନୁଗୁଳ ପ୍ଲାଣ୍ଟରେ ଉପସ୍ଥିତ ଥିଲେ।

କମ୍ପାନି ସିଇଓ ପଙ୍କଜ ଗୌତମ ସମସ୍ତ କର୍ମଚାରୀ ଓ ବିଭାଗ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ଅନୁଗୁଳର ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱକର୍ମାଙ୍କର ଏକ ପ୍ରମୁଖ ପୂଜାର୍ଚ୍ଚନାର ମଧ୍ୟ ଆୟୋଜନ କରାଯାଇଥିଲା।

Comment