ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଆଗମନ ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ଚଳିତ ବର୍ଷ ପ୍ରାୟ ୨୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଦେବଶିଳ୍ପୀ ବିଶ୍ୱକର୍ମା। ହାତରେ ଆଉ ମାତ୍ର ଅଳ୍ପ ସମୟ ଥିବାରୁ ଦୀର୍ଘ ଏକ ମାସ ହେଲା ଏଠାରେ କାମ କରୁଥିବା କାରିଗର ମୂର୍ତ୍ତି ଏବଂ ତୋରଣକୁ ଶେଷସ୍ପର୍ଶ ଦେବାରେ ବ୍ୟସ୍ତ ଅଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ପୂଜା ମଣ୍ଡପରେ  ଉଚ୍ଚା ଉଚ୍ଚା ତୋରଣ ସାଙ୍ଗକୁ ଭିନ୍ନ ଭିନ୍ନ ଡିଜାଇନ ମଧ୍ୟ ଦେଖିବାକୁ ମିଳିଛି। କେଉଁଠି ଛତ୍ରପତି ଶିବାଜୀ ଟର୍ମିନାଲ ଭଳି ତୋରଣ ତିଆରି ହୋଇଛି ତ ଆଉ କେଉଁଠି କାଚ, ଝୋଟକୁ ବ୍ୟବହାର କରି ତୋରଣ ତିଆରି ହୋଇଛି। ଏହି ତୋରଣ ବିଶ୍ୱକର୍ମା ପୂଜାରେ ଦେଖଣାହାରୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋକ ସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ଡିଜେର ମାତ୍ରାଧିକ ବ୍ୟବହାର କିପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ପୂଜା କମିଟିର ସଭାପତି କହିଛନ୍ତି।

Comment