ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପ- ହରିଦାସପୁର ରେଳ ଲାଇନରେ ଗଡ଼ିଲା ପ୍ରଥମ ମାଲବାହୀ ଟ୍ରେନ। ୫୮ ବଗି ବିଶିଷ୍ଟ ଏକ ମାଲବାହୀ ଟ୍ରେନ ଶୁକ୍ରବାର ପରୀକ୍ଷାମୂଳକ ଭାବେ ୧୧ଟା ୧୫ରେ କେନ୍ଦ୍ରାପଡ଼ା ଷ୍ଟେସନରୁ ଗଡ଼ିଛି। ଏହି ଟ୍ରେନ ରାଉରକେଲା ଅଭିମୁଖେ ବାହାରିଛି। କିନ୍ତୁ କେନ୍ଦ୍ରାପଡ଼ା ମାର୍ଶାଘାଇର ନୂଆଗାଁ ନିକଟରେ  ସ୍ଥାନୀୟ ଲୋକ ରେଳ ରୋକ କରିଛନ୍ତି।

ଏହି ଲାଇନରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବିରେ ଲୋକେ ମାଲଗାଡ଼ିକୁ ବରୋଧ କରିଛନ୍ତି। ଯାତ୍ରୀବାହୀ ଗାଡ଼ି ଚଳାଚଳକୁ ନେଇ ଷ୍ଟେସନ ମାଷ୍ଟରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି ଆନ୍ଦୋଳନକାରୀ।

ନିକଟରେ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାତ୍ରୀବାହୀ ଟ୍ରେନ ଏହି ରୁଟ୍‌ରେ ଚଳାଚଳ କଲେ କେନ୍ଦ୍ରାପଡ଼ା ସମେତ ବହୁ ଲୋକ ଉପକୃତ ହେବେ ବୋଲି ନବୀନ ଚିଠିରେ ଲେଖିଥିଲେ।

Comment