ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଏବଂ କାମାକ୍ଷା ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ (୦୫୬୪୪/୦୫୬୪୩) ଜୁନ୍‌ ୨୪ରୁ କାମାକ୍ଷାରୁ ପ୍ରତ୍ୟେକ ଗୁରୁବାର ରାତି ୧୧ଟା ୪୫ରେ ଛାଡ଼ିବାକୁ ଥିବାବେଳେ ପୁରୀରୁ ଜୁନ୍‌ ୨୬ରୁ ପ୍ରତ୍ୟେକ ଶନିବାର ରାତି ୧୦ଟା ୦୫ରେ ଛାଡ଼ି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।

ଏହି ଟ୍ରେନଟି ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ଼, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ହାଓଡ଼ା, କାଟୱା, ମାଲଦା ଟାଉନ, ନ୍ୟୁ ଜଲପାଈଗୁଡ଼ି ଓ ନ୍ୟୁ ଅଲିପୁରଦୁଆର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ।

Comment