ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ୍ ଜାହାଜରେ ସୋମବାର ଏକ ମାଛଧରା ଟ୍ରଲର ପିଟି ହୋଇ ବୁଡ଼ିଯାଇଛି। ଏହି ଘଟଣାରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ବ୍ୟକ୍ତି ନିଖୋଜ ରହିଛନ୍ତି। ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନଥିବା ବେଳେ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ସୋମବାର ସକାଳେ ପାରାଦୀପ ବନ୍ଦର ପାଖ ସମୁଦ୍ରରେ ଏକ ମାଛଧରା ଟ୍ରଲର ବ୍ଲାକରୋଜ୍‌ରେ ପିଟିହୋଇ ବୁଡ଼ି ଯାଇଥିଲା। ଏହା ପରେ ଆଉ ଏକ ମାଛଧରା ଟ୍ରଲରେ ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଥିଲା। ବୁଡ଼ିଯାଇଥିବା ଟ୍ରଲରରେ ମୋଟ ୭ଜଣ ରହିଥିବା ବେଳେ ଏବେ ଯାଏଁ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି।

୨୦୦୯ ସେପ୍ଟେମ୍ଵର ୯ ତାରିଖରୁ ପାରାଦୀପ ବନ୍ଦର ନିକଟ ସମୁଦ୍ରରେ ବୁଡ଼ି ରହିଛି ବ୍ଲାକରୋଜ୍ ଜାହାଜ। ପୂର୍ବରୁ ମଧ୍ୟ ଏହି ଜାହାଜରେ ମାଡ଼ ହୋଇ ଏକାଧିକ ଟ୍ରଲର ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଛି।

Comment