ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ପ୍ରାଣ ହରାଇଲେ ୨ ମତ୍ସ୍ୟଜୀବୀ। ଶୁକ୍ରବାର ପାରାଦୀପରୁ ଯାଇଥିବା ଏକ ମାଛ ଧରା ଡଙ୍ଗା ମହାନଦୀ ମୁହାଣରେ ବୁଡ଼ିଯାଇଛି। ଯେଉଁଥିରେ ୨ ଜଣ ପ୍ରାଣ ହରାଇବା ସହିତ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି।

ଡଙ୍ଗାଟି ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲା। ହେଲେ ସେଠାରେ ପ୍ରବଳ ଜୋରରେ ବର୍ଷା ପବନ ହେବାରୁ ଡଙ୍ଗାଟି ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ବୁଡ଼ିଯାଇଥିଲା। ସେହି ସମୟରେ ଡଙ୍ଗାରେ ୧୫ ଜଣ ମତ୍ସ୍ୟଜୀବୀ ଥିଲେ ଯେଉଁମାନେ ପାଣିରେ ବୁଡ଼ିଯାଇଥିଲେ। ଏହାପରେ ସେଠାରେ ୨ ଜଣ ପ୍ରାଣ ହରାଇଥିବାବେଳେ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି।

Comment