ଓଡିଶାଲାଇଭ୍ ବ୍ୟୁରୋ

ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ୨୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ମରାମତି କାର୍ଯ୍ୟ ପାଇଁ ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ତୈଳ ବିଶୋଧନାଗାର ସଟଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସୂଚନା ଦେଇଛନ୍ତି।

ତୈଳ ବିଶୋଧନାଗାରର ମେଣ୍ଟେନାନ୍ସ କାମ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆଖପାଖ ଅଞ୍ଚଳର ପ୍ରାୟ ୭୦୦ରୁ ୮୦୦ ଲୋକ ଏହି ମେଣ୍ଟେନାନ୍ସ କାମରେ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।CGU newସଟଡାଉନ୍‌ ବେଳେ ଭିଡ଼ ଏଡ଼ାଇବାକୁ ଆଇଓସିଏଲ୍ ତୈଳ ବିଶୋଧନାଗାର ପାଖରେ ୧୪୪ ଧାରା ଲାଗିବ ବୋଲି ସୂଚନା ମିଳିଛି।

Comment