ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ।

  • ମେ’ ୨୬ତାରିଖ ସକାଳେ ଧାମରା ନିକଟରେ କେନ୍ଦ୍ରୀଭୂତ ହେବ ବାତ୍ୟା ୟାସ୍‌
  • ଅପରାହ୍ନ ସମୟରେ ଧାମରା ପାଖରେ ସ୍ଥଳ ଭାଗ ଅତିକ୍ରମ କରିବ
  • ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ
  • ପାରାଦୀପଠାରୁ ୩୨୦କିମି ଦୂରରେ ରହିଛି ବାତ୍ୟା ୟାସ୍‌
  • ବାଲେଶ୍ୱରଠାରୁ ୪୩୦କିମି ଦୂରରେ ରହିଛି
  • ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
  • ଧାମରା ଓ ଚାନ୍ଦବାଲି ଅଞ୍ଚଳ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବ
  • ଆସନ୍ତାକାଲି ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ
  • ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ବେଶି ପ୍ରଭାବିତ
  • ଆଜି ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ୟାସ୍
  • ଗୁରୁବାର ସକାଳ ସମୟରେ ପବନର ବେଗ ୧୫୦ରୁ ୧୬୦କିମି ରହିବ
  • ଫନିଠାରୁ ପବନର ବେଗ ପ୍ରାୟ ୫୦କିମି କମ୍ ରହିବ
  • ଆଜି ସନ୍ଧ୍ୟା ସୁଦ୍ଧା ପ୍ରାଭବିତ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବାକୁ ସରକାରଙ୍କ ନିର୍ଦ୍ଦେଶ
  • ୟାସ୍ ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି

Comment