ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର। ଏଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅତ୍ୟାଧୁନିକ ଡକ୍‌ ନିର୍ମାଣ କରାଯିବ। ବନ୍ଦରର ନବୀକରଣ ପାଇଁ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ନିଷ୍ପତ୍ତି ଏନେଇ ସୂଚନା ଦେଇଛନ୍ତି।

‘‘କମ୍‌ ସମୟ ମଧ୍ୟରେ ଅଧିକ ମାଲ ପରିବହନ ପାଇଁ ଏବେ ବଡ଼ ଜାହାଜ ନିର୍ମାଣ ଚାଲିଛି। ଏବେ ମନ୍ଦରରେ ଯେଉଁ ଡକ୍‌ ଅଛି ତା ଭିତରକୁ ସେହି ସବୁ ଜାହାଜ ଆସିପାରିବନି। ସେହି ସବୁ ଜାହାଜକୁ ଆଣିବାକୁ ବନ୍ଦରରେ ବଡ଼ ଡକ୍‌ ଦରକାର। ପାରାଦୀପ ବନ୍ଦରରେ ଏହି ଅତ୍ୟାଧୁନିକ ଡକ୍‌ ତିଆରି ହେବା ପରେ ସେହି ଜାହାଜ ସବୁ ଆସିପାରିବ। ଏଠାରେ ୩୫ ମିଲିୟନ ମେଟ୍ରିକ ଟନ ମାଲ ପରିବହନ ବ୍ୟବସ୍ଥା କରାଯିବ’’, କହିଛନ୍ତି ମନ୍ତ୍ରୀ।

ବିଶ୍ୱର ସବୁଠୁ ବଡ଼ ବିଜନେସ ହବ୍‌ ପାରାଦୀପ ହେବ ବୋଲି ସେ କହିଛନ୍ତି।

Comment