ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଶ୍ୱକର୍ମା ପୂଜା। ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ସବୁଠି କରାଯାଉଛି ଆରାଧନା। ମାତ୍ର ପ୍ରତିବର୍ଷ ଭଳି ଏ ବର୍ଷ ବିଶ୍ୱବିନ୍ଧାଣୀଙ୍କ ପୂଜା ଧୁମଧାମରେ ପାଳନ ହୋଇନି। ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି।

ପ୍ରତିବର୍ଷ ବିଶ୍ୱକର୍ମା ପୂଜାରେ ବନ୍ଦର ନଗରୀ ପାରାଦୀପ ଚଳଚଞ୍ଚଳ ହୋଇଉଠେ। ବିଭିନ୍ନ ପୂଜା ମଣ୍ଡପରେ ଉଚ୍ଚା ଉଚ୍ଚା ତୋରଣ ସାଙ୍ଗକୁ ଭିନ୍ନ ଭିନ୍ନ ଡିଜାଇନ ମଧ୍ୟ ଦେଖିବାକୁ ମିଳେ।

ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋକ ସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଏ। କିନ୍ତୁ ଏ ବର୍ଷ ପାରାଦୀପରେ ବିଶ୍ୱକର୍ମା ପୂଜା ଫିକା ପଡ଼ିଛି।BGU

ସେହିପରି ଅନୁଗୁଳ ନାଲକୋ ନଗର ଖାଁ ଖାଁ। ଚଳିତବର୍ଷ କୋଭିଡ କଟକଣାକୁ ଦେଖି ନାଲକୋ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ସାର୍ବଜନୀନ ମଣ୍ଡପରେ ପୂଜା ନିଷିଦ୍ଧ କରିଛନ୍ତି।  ପ୍ରତିବର୍ଷ ନାଲକୋରେ ବଡ଼ ବଡ଼ ୨୩ଟି ପୂଜା ମଣ୍ଡପରେ ୭ ଦିନ ଧରି ଖୁବ ଯାକଜମକରେ ପୂଜା ହୋଇଥାଏ।

Comment