ଓଡ଼ିଶାଲାଇଭ ବ୍ୟୁରୋ

କାଳିଆ ଅଯୋଗ୍ୟ ହିତାଧିକାରୀଙ୍କ ରିପୋର୍ଟ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ମୋଟ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ସୂଚନା ମିଳିଛି। ତେବେ ସରକାରୀ କର୍ମଚାରୀ ମଧ୍ୟ କାଳିଆ ଟଙ୍କା ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ପ୍ରାୟ ୧୨ ହଜାର ବଡ଼ ଚାଷୀ କାଳିଆ ସହାୟତା ପାଇଛନ୍ତି। ସେମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ। ଏହାଛଡ଼ା ୯ହଜାର ନାବାଳକ ଓ ନାବାଳିକା ମଧ୍ୟ କାଳିଆ ଟଙ୍କା ପାଇଛନ୍ତି। ୩ଲକ୍ଷ ଲୋକ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ଟଙ୍କା ପାଇଛନ୍ତି।“

ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ ପରାମର୍ଶ ଦିଆଯିବ। ଏନେଇ ଆକାଉଣ୍ଟ ନମ୍ଵର ମଧ୍ୟ ଜାରି କରାଯାଇଛି। ଟଙ୍କା ପାଇଥିବା ସରକାରୀ କର୍ମଚାରୀଙ୍କୁ ଟଙ୍କା ଫେରାଇବାକୁ କୁହାଯିବ। ନଚେତ ତାଙ୍କ ଦରମାରୁ ଭରଣା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Comment