ଓଡ଼ିଶାଲାଇଭ ବ୍ୟୁରୋ

ପ୍ଲାଷ୍ଟିକ ବ୍ୟବହାରକୁ ନେଇ ରାଜ୍ୟରେ କଡ଼ାକଡ଼ି ହେବ ଆଇନ। ଅକ୍ଟୋବର ୨ରୁ ସହରାଞ୍ଚଳ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ମନ୍ତ୍ରୀ କହିଛନ୍ତି, “ପୂର୍ବରୁ ସ୍ଵାଧୀନତା ଦିବସ ଦିନ ପ୍ଲାଷ୍ଟିକ ବ୍ୟାନ ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଅକ୍ଟୋବର ୨ରୁ ଏହା ଓଡ଼ିଶାରେ ବ୍ୟାନ ହେବ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।”

ଗତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ୨ ତାରିଖରେ ପଲିଥିନ ସମେତ ପ୍ଲାଷ୍ଟିକକୁ ରାଜ୍ୟରୁ ବ୍ୟାନ କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା ସମ୍ଵଲପୁର ଓ ପୁରୀରେ ବ୍ୟାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ନିୟମ ହେବା ପରେ ଏହାକୁ କଡ଼ାକଡ଼ି ମଧ୍ୟ କରାଯାଇଥିଲା। ଏହାକୁ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

Comment