ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୬୯ତମ ଜନ୍ମଦିନ। ତାଙ୍କ ଜନ୍ମଦିନ ଉପଲକ୍ଷେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହି ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଳୁକାକଳା ମାଧ୍ୟମରେ ମୋଦୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।

ସୁଦର୍ଶନ ପଟ୍ଟନାୟକ ତାଙ୍କର ଏହି ବାଲୁକା କଳାକୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ‘‘ଜନ୍ମଦିନର ଅଭିନନ୍ଦନ ମୋଦୀଜୀ’’


ସେ ବାଲୁକା କଳା ମାଧ୍ୟମରେ ମୋଦୀ ଆରମ୍ଭ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏକ ଚିତ୍ର କରିଛନ୍ତି। ଯାହା ସ୍ଵଚ୍ଛ ଭାରତର ବାର୍ତ୍ତା ସହ ମୋଦୀଙ୍କ ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଜଣାଇଛନ୍ତି।

ଅନ୍ୟପଟେ ମୋଦୀଙ୍କ ଜନ୍ମଦିନକୁ ନେଇ ସପ୍ତାହ ଧରି ସେବା ସପ୍ତାହ ପାଳନ କରୁଛି ବିଜେପି। ଦେଶ ବିଦେଶରୁ ମୋଦୀଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ଆସୁଛି।

Comment