ଓଡ଼ିଶାଲାଇଭ ବ୍ୟୁରୋ

ବୁଧବାର ବଲାଙ୍ଗିର ବନ୍ଦ ଡାକରା ଦେଇଛି ଜିଲ୍ଲା ଓକିଲ ସଂଘ। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଆସନ୍ତାକାଲି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ।

ତେବେ ଜିଲ୍ଲାରେ ସ୍କୁଲ, କଲେଜ ଓ ଗାଡ଼ି ଚଳାଚଳ ବନ୍ଦରୁ ବାଦ ପଡ଼ିବ। ହେଲେ ଜିଲ୍ଲାରେ ସମସ୍ତର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର ଆନ୍ଦୋଳନ ହୋଇଛି। ହେଲେ ଏହାର କୌଣସି ସମାଧାନ ବାହାରୁ ନଥିବାରୁ ବୁଧବାର ପୁଣି ଓକିଲ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

Comment