ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ଏହାସହ ୫ଟି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ୫ଟି ଜିଲ୍ଲାଗୁଡ଼ିକ ହେଉଛି କଟକ, କନ୍ଦ୍ରୋପଡ଼ା, ଯାଜପୁର, ମାଲକାନଗିରି ଓ ଖୋର୍ଦ୍ଧା।

୧୨ ଘଣ୍ଟା ମଧ୍ୟରେ କେବଳ ଭୁବନେଶ୍ୱରରେ ୧୧.୨ ମିମି ବର୍ଷା ହୋଇଛି। ଓଡ଼ିଶାରେ ବାକି ଅଞ୍ଚଳରେ ପାଗ ଶୁଖିଲା ରହିଥିଲା।

Comment