ଓଡ଼ିଶାଲାଇଭ୍ ବ୍ୟୁରୋ

ନର୍ସ ନିହାରିକାଙ୍କ ମୃତ୍ୟୁକୁ ନେଇ ଚାଲିଛି ତନଘନା। ଏହି ହତ୍ୟାକାଣ୍ଡର ଖୁଲାସା କରିବା ପାଇଁ ପୋଲିସ ଅଧ ରାତିରୁ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ନିହାରିକାଙ୍କ ମୃତ ଦେହ ମିଳିବା ପରେ ହତ୍ୟାକରୀକୁ ପୋଲିସ ଖୋଜୁଛି। ତେବେ ହତ୍ୟାକାରୀ କିଏ? ତାକୁ ନେଇ ଏବେ ସସ୍‌ପେନ୍ସ ବଢ଼ି ଚାଲିଛି।

ନିହାରିକା ପାତ୍ରଙ୍କ ଘର ହେଉଛି ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାପାଟଣାରେ। ସେ କଟକରେ ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ତେବେ ସେ ଗତ ୯ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି ପରେ ନିରାଶ ହୋଇଥିଲେ। ପରେ ମଧୁ ପାଟଣା ଥାନାରେ ଏକ ଏତଲା ଦେଇଥିଲେ।

କିନ୍ତୁ ମଙ୍ଗଳବାର ଜଗସିଂହପୁର ବିରିଡ଼ି ଅନ୍ତର୍ଗତ କୁଆଖାଇ ନଦୀ ପଠାରୁ ନିହାରିକାଙ୍କ ହାତ ଗୋଡ଼ ବନ୍ଧା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ପରେ ମଧୁପାଟଣା ଥାନାକୁ ଖବର ଦେଇଥିଲା। ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାସହ ନିହାରିକାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି।

ତେବେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ନିହାରିକାଙ୍କ ହତ୍ୟାକାଣ୍ଡରେ ପ୍ରେମିକ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

Comment