ଓଡ଼ିଶାଲାଇଭ ବ୍ୟୁରୋ

ବଲାଙ୍ଗିର ମ୍ୟୁନିସପାଲଟିକୁ ରାଜ୍ୟ ମାନବଧିକାର କମିଶନଙ୍କ ନୋଟିସ। ୪ବର୍ଷ ତଳେ ଏକ ଗର୍ଭବତୀ ନାବାଳିକାର ଶବକୁ କୁକୁର ଖାଇବା ଘଟଣାର ଅଭିଯୋଗ ପରେ ଆଜି ମ୍ୟୁନିସପାଲଟିକୁ ନୋଟିସ ଜାରି କରାଯାଇଛି।

ଏଥିରେ ବଲାଙ୍ଗିର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନୋଟିସ କରାଯାଇଛି। ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୬ ମେ ୨୬ରେ ଏକ ଗର୍ଭବତୀ ନାବାଳିକା ଶବକୁ ପୌର ପରିଷଦର ଗାଡ଼ି ଫିଙ୍ଗିଦେଇ ପଳାଇଥିଲା। ପରେ ଶବକୁ କୁକୁର ଝୁଣିକି ଖାଇଦେଇଥିଲା। ତେବେ ଏହି ଘଟଣାରେ ଜଣେ ସାମାଜିକ କର୍ମୀଙ୍କ ଅପିଲ ପରେ ରାଜ୍ୟ ମାନବଧିକାର କମିଶନ ନୋଟିସ କରିଥିଲେ।

Comment