ଓଡ଼ିଶାଲାଇଭ ବ୍ୟୁରୋ

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ଗୋଟିଏ ଘଣ୍ଟାରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି।

ତେବେ ଏହି ଭୂମିକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ। ହେଲେ ଦୁଇଥର ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ଅଛନ୍ତି।

ଏହାପୂର୍ବରୁ ଇଣ୍ଡୋନେସିଆରେ ଜାନୁଆରୀ ୨୨ ଓ ଜୁଲାଇ ୭ରେ ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୬.୯ ଓ ୬.୧ ରହିଥିଲା। ଯାହା ଯୋଗୁଁ ସୁନାମୀ ପାଇଁ ମଧ୍ୟ ହାଇହାଲର୍ଟ ଜାରି କରାଯାଇଥିଲା।

Comment