ଓଡ଼ିଶାଲାଇଭ ବ୍ୟୁରୋ

ବାରମ୍ଵାର ବିଫଳତାର ସମ୍ମୁଖୀନ ହେଉଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ରିଶବ ପନ୍ତ। ତେବେ ଏହି ବିଫଳତା ଯୋଗୁଁ ସେ ଭାରତୀୟ ଦଳରୁ ବାଦ ପଡ଼ି ପାରନ୍ତି। ବର୍ତ୍ତମାନ ସେ ଧୋନୀଙ୍କ ସ୍ଥଆନରେ ଦଳରେ ସ୍ଥାନ ପାଇ ଓ୍ଵିକେଟ କିପିଂ କରୁଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ କୌଣସି ବି ମ୍ୟାଚରେ ସନ୍ତୋଷ ଜନକ ପ୍ରଦର୍ଶନ କରି ପାରିନଥିଲେ ପନ୍ତ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ତାଙ୍କ ଖେଳିବା ନେଇ ଚର୍ଚ୍ଚା ହୋଇଥଲା। ହେଲେ ଦ୍ଵିତୀୟ ଟି-୨୦ରେ ସ୍ଥାନ ମିଳିଥିଲା। ହେଲେ ଏଥିରେ ମଧ୍ୟ ସେ ଟିମ୍‌କୁ ନିରାଶ କରିଥିଲେ।

ତେବେ ତାଙ୍କର ଏଭଳି ବାରମ୍ଵାର ବିଫଳତା ତାଙ୍କୁ ବିପଦରେ ପକାଇ ପାରେ। ବିଶ୍ଵକପରେ ଚୟନ ହୋଇ ରିଶବ ପନ୍ତ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳରେ ସାମଲ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦଳ ପାଇଁ ୧୧ ଦିନିକିଆ, ୧୨ ଟେଷ୍ଟ, ୧୮ ଟି-୨୦ ମ୍ୟାଚ ଖେଳିଛନ୍ତି।

Comment