ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ। ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅକ୍ଟୋବର ୧୧ ଯାଏଁ ପଦଯାତ୍ରା ଚାଲିବ।

ନିକଟରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ପଦଯାତ୍ରା ବେଳେ ସଭ୍ୟ ସଂଗ୍ରହକୁ ଅଧିକ ଜୋରଦାର କରାଯିବ। ବିଜେଡିର ସଦସ୍ୟ ହେବା ପାଇଁ ଛାତ୍ର, ଯୁବକ ଓ ମହିଳାମାନଙ୍କୁ ଉତ୍ସାହିତ କରାଯିବ।

ପଦଯାତ୍ରା ବେଳେ 5-T ଏବଂ ମୋ ସରକାର ସମ୍ପର୍କରେ ତୃଣମୂଳ ସ୍ତରର ଲୋକଙ୍କୁ ଅବଗତ କରାଯିବ। ପ୍ରତି ଜିଲ୍ଲା, ନିର୍ବାଚନମଣ୍ଡଳୀ, ନଗର, ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ପଦଯାତ୍ରା କରିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment