ଓଡ଼ିଶାଲାଇଭ ବ୍ୟୁରୋ

ଡ୍ରଗ୍ସ ମାଫିଆ ଲିଙ୍କରେ ଗିରଫ ହେଲେ ହାବିଲଦାର। ହାବିଲଦାର ଜଣକ ବାଲେଶ୍ଵର ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ତାଙ୍କ ନାଁ ରଞ୍ଜନ ସାହୁ। ତେବେ ତାଙ୍କୁ ଦୁଇଦିନ ତଳେ ଡ୍ରଗ୍ସମାଫିଆ ଲିଙ୍କରେ ନିଲମ୍ଵିତ କରାଯାଇଥିଲା।

ଡ୍ରଗସ୍ସ ମାଫିଆ ରାଜାଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ହାବିଲଦାରଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି।

ପୂର୍ବରୁ ଡ୍ରଗ୍ସ ମାଫିଆ ସେକ ରାଜାକୁ ପୋଲିସ ଭୁବନେଶ୍ଵରରୁ ଗିରଫ କରିଥିଲା। ପରେ ଅଧିକ ତଥ୍ୟ ପାଇଁ ବାଲେଶ୍ଵରସ୍ଥିତ ରାଜା ଘରେ ପୋଲିସ ଚଢାଉ ମଧ୍ୟ କରିଥିଲା। ପରେ ଏଥିରେ ରାଜା ଭାଉଜର ମଧ୍ୟ ହାତ ଥିବା ଜଣାପଡ଼ିଥିଲା।

Comment