ଓଡ଼ିଶାଲାଇଭ ବ୍ୟୁରୋ

ପ୍ରସବ ପରେ ମହିଳାମାନଙ୍କୁ ଶରୀର ସହ କେଶ ଓ ତ୍ୱଚାକୁ ନେଇ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ହାଇପାଓ୍ୱାର ମେଡିସିନ୍ ଖାଇବା ଯୋଗୁଁ ପ୍ରସବ ପରେ ହର୍ମୋନରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସେ। ଶରୀରରୁ ମିନିରାଲ୍ସ କମିଯାଏ। ଏହି କାରଣରୁ କେଶ ଖରାପ ହେବା ସହ ଉପୁଡ଼ବା ଭଳି ସମସ୍ୟା ଦେଖାଦେବା ସ୍ୱଭାବିକ। ଶିଶୁ ସୁରକ୍ଷା ସହିତ କେଶର ସୁରକ୍ଷା ଅସମ୍ଭବ। ତେଣୁ ଦୈନିକ ଆହାର ତଥା ଜୀବନଶୈଳୀରେ କିଛି ପରିବର୍ତ୍ତନ କରନ୍ତୁ ବୋଲି ଡାଇଟିସିଆନ୍ ମତ ଦେଇଛନ୍ତି।

କେଶରେ କେବଳ ନଡ଼ିଆ ତେଲ ମାଲିସ୍ କରିବା ଅତିରିକ୍ତ ନୁହେଁ। ଦୈନିକ ଆହାରରେ ବି ନଡ଼ିଆ ଖାଆନ୍ତୁ। ନଡ଼ିଆ ରସ, କଞ୍ଚା ନଡ଼ିଆ, ନଡ଼ିଆ ତେଲରେ ତିଆରି ଖାଦ୍ୟ ଖାଇପାରିବେ। ଏହା ବୟସ ପୂର୍ବରୁ କେଶ ଝଡ଼ିବା ଆଉ ଧଳା ବାଳ ହେବାକୁ କମ୍ କରିବ।

ଗର୍ଭାବସ୍ଥା ପରେ ଶରୀରକୁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ ହୋଇଥାଏ। ସବୁଦିନ କିଛି ପରିମାଣର ଭାତ ଖାଆନ୍ତୁ। ଏଥିରେ ଥିବା ଭିଟାମିନ୍ କେଶକୁ ବଢ଼ାଏ। ଝଡ଼ିବା କମ୍ କରିଥାଏ।

କଳା ରାଶି ମ୍ୟାଗ୍ନେସିୟମ୍ ଆଉ କ୍ୟାଲସିୟମରେ ପରିପୂର୍ଣ୍ଣ। ଏହା କେଶକୁ ମଜବୁତ କରେ।

ସାଧାରଣତଃ ପ୍ରସବ ପରେ ଶରୀରରେ ଆଇରନର ଅଭାବ ଦେଖାଦେଇଥାଏ। ଆଇରନ୍ ଅଭାବ ବି କେଶ ଝଡ଼ିବାର ଗୋଟିଏ କାରଣ। କାଜୁରେ ରହିଛି ଆଇରନ୍ ଓ ମ୍ୟାଗ୍ନେସିୟମ୍। ପ୍ରତିଦିନ ମୁଠାଏ କାଜୁ ଖାଇଲେ କେଶ ଉପୁଡ଼ିବା ସମସ୍ୟାର ସମାଧାନ ହୋଇଥାଏ।

ଗର୍ଭ ପରେ କେଶର ରୋମଛିଦ୍ର  ଦୁର୍ବଳ ହୋଇଯାଏ। କେଶ ଅଧିକ ଉପୁଡ଼ିଥାଏ। ତେଣୁ ଟାଇଟ୍ କରି କେଶକୁ ବାନ୍ଧନ୍ତୁ ନାହିଁ। ଯଥାସମ୍ଭବ ଏହାକୁ ହାଲକା କରି ବାନ୍ଧନ୍ତୁ କିମ୍ବା ଖୋଲି ରଖନ୍ତୁ। କେଶରେ ହିଟ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।

ପ୍ରସବ ପରେ ଲମ୍ବା କେଶର ନ ରଖି କେଶକୁ ଛୋଟ କରି ଦିଅନ୍ତୁ।

ଏହି ସମୟରେ କେଶର ରୋମଛିଦ୍ର ନିଷ୍କ୍ରିୟ ହୋଇଯାଏ। ତେଣୁ ସବୁଦିନ କିମ୍ବା ସପ୍ତାହକୁ ଥରେ ହର୍ବାଲ୍ ତେଲରେ କେଶର ମାଲିସ କରନ୍ତୁ।

ମାନସିକ ଚିନ୍ତା ତଥା ମାନସିକ ଚାପକୁ କମ୍ କରନ୍ତୁ। ଏଥିପାଇଁ ଯେକୌଣସି ମେଡିଟେସନ୍ କରିପାରିବେ।

Comment