ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମର କିଛି ସାଧାରଣ ଭୁଲ କେଶ ଝଡ଼ିବାର କାରଣ ହୋଇଥାଏ। କିନ୍ତୁ ଆମେ ସେହି ଭୁଲକୁ ଅଣଦେଖା କରିଥାନ୍ତି।

କେଶକୁ ଘନ ଓ ସୁନ୍ଦର କରିବା ପାଇଁ ତେଲ ଲଗାଇବା ନିହାତି ଜରୁରୀ, ହେଲେ କେବଳ ଯେ ତେଲ ଲଗାଇଲେ କେଶ ଘନ ଓ ସୁସ୍ଥ ରହିବ ତାହା ନୁହେଁ ତେଲ ଲଗାଇବା ପରେ ମଧ୍ୟ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ।

ଆସନ୍ତୁ ଜାଣିବା କେଶରେ ତେଲ ଲଗାଇବା ପରେ କ’ଣ କରିବେ?

  • ଗୋଟିଏ ଥରରେ କେଶରେ ଅଧିକ ତେଲ ଲଗାନ୍ତୁ ନାହିଁ। କାରଣ ଆପଣ ଯେତେ ଅଧିକ ତେଲ ଲଗାଇବେ ତାକୁ ସଫା କରିବା ପାଇଁ ଆପଣଙ୍କୁ ସେତେ ଅଧିକ ସାମ୍ପୋ ବ୍ୟବହାର କରିବାକୁ ପଡ଼ିବ। ଯାହାଫଳରେ କେଶ ୟର ପ୍ରାକୃତିକ କୋମଳତା ନଷ୍ଟ ହୋଇଯିବ।
  • କେଶରେ ତେଲ ଲଗାଇବା ପରେ ଟାଇଟ୍‌ କରି ବାନ୍ଧନ୍ତୁ ନାହିଁ। ଏମିତି କରିବା ଅଧିକ କେଶ ଝଡ଼ିଥାଏ। ସେଥିପାଇଁ ତେଲ ଲଗାଇବା ପରେ ହାଲ୍‌କା ଭାବରେ କେଶକୁ ବାନ୍ଧନ୍ତୁ।
  • ତେଲ ଲଗାଇ ଅଧିକ ସମୟ ରହନ୍ତୁ ନାହିଁ। କାରଣ ତେଲ ଲଗାଇ ରଖିବା ଦ୍ୱାରା କେଶରେ ମଇଳା ଜମିଥାଏ। ଏହା କେଶକୁ ଅଧିକ ଡ୍ୟାମେଜ କରିଥାଏ।
  • ତେଲ ଲଗାଇବା ପରେ ସାଙ୍ଗେ ସାଙ୍ଗେ ପାନିଆଁ ବ୍ୟବହାର କରନ୍ତୁ ନାହିଁ।

Comment