ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ କେଶକୁ ସୁସ୍ଥ ଏବଂ ମଜବୁତ୍‌ ରଖିପାରିବେ।

କେଶରେ କେମିକାଲ, ଆଇରନ୍‌, ବ୍ଲୋ ଡ୍ରାୟର୍‌ ଭଳି ଜିନିଷ ବ୍ୟବହାର କରନ୍ତୁ ନାହିଁ। କେଶକୁ ଯେତେ ସମ୍ଭବ କେମିକାଲଠାରୁ ଦୂରେଇ ରଖନ୍ତୁ।

ସପ୍ତାହକୁ ଥରେ ଉଷୁମ୍‌ ନଡ଼ିଆ ତେଲରେ କେଶର ମୂଳକୁ ମସାଜ କରନ୍ତୁ। ମସାଜ କରିବା ଫଳରେ କେଶର ମୂଳରେ ଠିକ୍‌ ଭାବେ ରକ୍ତସଞ୍ଚାଳନ ହୋଇଥାଏ। ଏହାସହ କେଶ କୋମଳ ଓ ଘନ ରହିଥାଏ।

୨ ଚାମଚ ଅଁଳା ରସରେ ଗୋଟେ ଚାମଚ ନଡ଼ିଆ ତେଲ, ଗୋଟେ ଚାମଚ ଜଡ଼ା ତେଲ ମିଶାଇ କେଶର ମୂଳରେ ଲଗାନ୍ତୁ। ୩୦ ମିନିଟ୍‌ ପରେ କେଶକୁ ଧୋଇଦିଅନ୍ତୁ।

ଯଦି କେଶ ରୁକ୍ଷ ହୋଇଯାଇଛି, ତେବେ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା ସାମିଲ କରନ୍ତୁ। ଏହାସହ କେଶରେ ମେଥିର ପ୍ୟାକ୍‌ ଏବଂ ଅଣ୍ଡାର ଧଳା ଅଂଶକୁ ଲଗାଇପାରିବେ। ଏହି ପ୍ୟାକ୍‌କୁ ସପ୍ତାହକୁ ଥରେ ବ୍ୟବହାର କରିପାରିବେ।

ସାଧାରଣତଃ ଶୀତଦିନେ କେଶରେ ରୂପି ସମସ୍ୟା ଦେଖାଦିଏ। କେଶରୁ ରୂପିକୁ ଦୂର କରିବା ପାଇଁ ଉଷୁମ୍‌ ନଡ଼ିଆ ତେଲରେ ଗୋଟେ ଲେମ୍ବୁ ରସ ମିଶାଇ, କେଶର ମୂଳରେ ମସାଜ କରନ୍ତୁ ଏବଂ ୨ ଘଣ୍ଟା ପରେ କେଶକୁ ସାମ୍ପୁ କରନ୍ତୁ। ଏଭଳି କରିବା ଫଳରେ କେଶ ମଜବୁତ ହେବା ସହ ରୂପି ଦୂର ହୋଇଥାଏ।

ଶୀତଦିନେ ପ୍ରାୟ ମହିଳାଙ୍କ କେଶର ଅଗ୍ର ଭାଗ ଫାଟିଯାଏ। ଏଭଳି କ୍ଷେତ୍ରରେ କେଶକୁ ଟ୍ରିମ୍‌ କରାନ୍ତୁ ଏବଂ ଖାଦ୍ୟରେ ଆଇରନ୍‌ ଓ ପ୍ରୋଟିନ୍‌ର ମାତ୍ରାକୁ ବଢ଼ାନ୍ତୁ।

ଦିନକୁ ୮ ଗ୍ଲାସ୍‌ ପାଣି ପିଅନ୍ତୁ, ଏହା ଶରୀର ସଙ୍ଗେ ସଙ୍ଗେ କେଶକୁ ହାଇଡ୍ରେଟ୍‌ ରଖିଥାଏ।

Comment