ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଚାଲିଥିବା ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧଓ୍ଵନ ପାଳି ଆରମ୍ଭ କରିବେ।

୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ଧର୍ମଶାଳରେ ବାତିଲ ହୋଇଥିଲା। ହେଲେ ଦ୍ଵିତୀୟ ମ୍ୟାଚ ମୋହାଲି ଭାରତ ୭ ଓ୍ଵିକେଟରେ ବାଜି ମାରିନେଇଥିଲା।

ତେବେ ଆଜିର ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିଛି। ଭାରତ ଏହି ମ୍ୟାଚ ଜିତି କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଏହାକୁ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ।

ଭାରତ: ବିରାଟ୍ କୋହଲି(କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଦୀପକ ଚହର୍, ନଭଦୀପ ସାଇନି।

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ୍ ଡି’କକ୍ (କ୍ୟାପଟେନ୍), ରୀଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡର୍ ଡୁସେନ୍, ଡେଭିଡ୍ ମିଲର୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, ଜର୍ନ ଫର୍ଟ୍ୟୁନ୍, କାଗିସୋ ରବାଡା, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ତାବରେଜ୍ ଶାମସି।

Comment