ଓଡ଼ିଶାଲାଇଭ ବ୍ୟୁରୋ

ଆଜି ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍। ରବିବାର ବେଙ୍ଗାଳୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍।

ପ୍ରଥମ ମ୍ୟାଚ୍ ବର୍ଷାକାରଣରୁ ବାତିଲ ହେବା ପରେ ଦିତୀୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିନେଇଥିଲା। ବର୍ତ୍ତମାନ ସିରିଜର ଏହି ଅନ୍ତିମ ଟି-୨୦ ମ୍ୟାଚ୍ ଜିତିବାକୁ ଉଭୟ ଦଳ ଚେଷ୍ଟା ରଖିଛନ୍ତି। କାରଣ ଭାରତ ଏହି ମ୍ୟାଚକୁ ଜିତିନେଲେ ସିରିଜରେ ଜିତାପଟ ହାସଲ କରିବ। ଯଦି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ବିଜୟ ହାସଲ କରେ ତେବେ ସିରିଜ୍ ଡ୍ରରେ ହିଁ ଶେଷ ହେବ। ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ଭଳି ହେବ।

ପୂର୍ବ ମ୍ୟାଚକୁ ଦେଖିଲେ ଭାରତ ନିଶ୍ଚିତ ପକ୍ଷେ ମ୍ୟାଚର ଫେଭରିଟ୍ ମାନ୍ୟତା ପାଇଛି। ଭାରତର ବ୍ୟାଟିଂ ଲାଇନଅପ୍ ବେଶ୍ ଶକ୍ତିଶାଳୀ ଅଛି। ସେହିଭଳି ବୋଲିଂରେ ମଧ୍ୟ ଭାରତୀୟ ବୋଲର ମାନେ ଉନ୍ନତ ଧରଣର ବୋଲିଂ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ତାର ବ୍ୟାଟିଂରେ ଆହୁରି ଧ୍ୟାନ ଦେବାକୁ ପଡ଼ିବ। ଅଧିନାୟକ କ୍ୱିଣ୍ଟନ୍ ଡି କକ୍ ବର୍ତ୍ତମାନ ସୁଦ୍ଧା ଚତ୍ମକାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ଦ୍ରୃତ ବୋଲର କାଗିସୋ ରାବାଡା ପାୱାର ପ୍ଲେ ଓଭରରେ ୱିକେଟ୍ ଦଖଲ କଲେ ଦକ୍ଷିଣ ଆଫ୍ରିକା ପାଇଁ ମ୍ୟାଚ୍ ଜିତିବା ସହଜ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ରଖିଛନ୍ତି।

Comment