ଓଡ଼ିଶାଲାଇଭ ବ୍ୟୁରୋ

ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ବିଦେଶ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ସେଥିପାଇଁ ପ୍ରଶାସକ ସମିତି(ସିଓଏ) ଖେଳାଳିଙ୍କ ଦିନିକିଆ ଭତ୍ତାକୁ ଦୁଇଗୁଣା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଭତ୍ତା ବଢ଼ିବା ପରେ ବର୍ତ୍ତମାନ ବିଦେଶୀ ଗସ୍ତ ପାଇଁ ଜଣେ ଖେଳାଳି ଦିନକୁ ୧୭ ହଜାର ୭୯୯ ଟଙ୍କା ଦିଆଯିବ। ତେବେ ଏହି ଭତ୍ତା ପୂର୍ବରୁ ୮ ହଜାର ୮୯୯ ଟଙ୍କା ଦିଆଯାଉଥିଲା। ଏହି ଭତ୍ତା ବିଜନେସ୍‌ କ୍ଲାସ ରେ ଯାତ୍ରା, ରହିବା ଓ ଲଣ୍ଡ୍ରି ଖର୍ଚ୍ଚଠାରୁ ଅଲଗା। ଏହି ଖର୍ଚ୍ଚ ବିସିସିଆଇ ବହନ କରିଥାଏ।

ଭାରତୀୟ ଟିମ୍‌କୁ ଚଳିତ ବର୍ଷ ଅଧିକ ମ୍ୟାଚ ନିଜ ଦେଶରେ ହିଁ ଖେଳିବାକୁ ପଡ଼ିବ। ତେବେ ଆସନ୍ତା ବର୍ଷ ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ। ସେହି ଗସ୍ତଠାରୁ ଏହି ଭତ୍ତା ଲାଗୁ ହେବ।

Comment