ଓଡ଼ିଶାଲାଇଭ ବ୍ୟୁରୋ

ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଚଢ଼ାଉରେ ବଲାଙ୍ଗିର ଜିଲ୍ଲାରେ ୯ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଟାଉନ ଥାନା ପୋଲିସ ଦ୍ଵାରା ଆରଟିଓ ଅଫିସରୁ ୫ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଛି।

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହାର ସୁବିଧା ଉଠାଉଛନ୍ତି ଦଲାଲ। ତେଣୁ ଦଲାଲମାନଙ୍କୁ ଗିରଫ କରିବା ଅଣ୍ଟା ଭିଡ଼ିଛି ପୋଲିସ।

ଅନ୍ୟପକ୍ଷରେ ବୁଧବାର ମୁଖ୍ୟମନ୍ତ୍ରୀ ମେଡିକାଲ ଗୁଡ଼ିକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସବୁ ଆରଟିଓକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment