ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ବିପିନ ରାୱତ୍‌ ଆସନ୍ତାକାଲି ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ଏହା ପୂର୍ବରୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ଥିଲେ ବାୟୁସେନା ଅଧ୍ୟକ୍ଷ ବିଏସ୍‌ ଧନୱା। ବିପନ ରାୱତ୍‌ ବିଏସ୍‌ ଧନୱାଙ୍କ ସ୍ଥାନ ଗ୍ରହଣ କରିବେ।

ଶେଷ ଥର ପାଇଁ ଏହି ପଦରେ ରହିବେ ଜେନେରାଲ ବିପିନ ରାୱତ୍‌। କାହିଁକି ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିକୁ ବନ୍ଦ କରି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ପଦ ଘୋଷଣା କରିଥିଲେ। ଏହି ପଦବୀରେ ଥିବା ବ୍ୟକ୍ତି ୩ସେନା ଜଳ, ସ୍ଥଳ ଓ ବାୟୁସେନାର ମୁଖ୍ୟ ରହିବେ।

ଗତ ମେ ମାସରେ ବାୟୁସେନା ଅଧ୍ୟକ୍ଷ ବିଏସ୍‌ ଧନୱା ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଆସନ୍ତକାଲି ଏହି ପଦରେ ଜେନେରାଲ ବିପିନ ରାୱତ୍‌ ରହିବେ।

ସୂଚନାଯୋଗ୍ୟ, ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିରେ ତିନି ସେନାର ମୁଖ୍ୟ ରହିଥାନ୍ତି। ତେବେ ଏମାନଙ୍କ ମଧ୍ୟରୁ ବରିଷ୍ଠ ବ୍ୟକ୍ତିଙ୍କୁ ଚିଫ୍‌ ଅଫ୍‌ ଷ୍ଟାଫ୍‌ କମିଟିର ଅଧ୍ୟକ୍ଷ ହୋଇଥାନ୍ତି। ଅନ୍ୟପକ୍ଷରେ ଚଳିତ ମାସ ଶେଷରେ ବାୟୁସେନା ଅଧ୍ୟକ୍ଷ ବିଏସ୍‌ ଧନୱା ନିଜ କାର୍ଯ୍ୟରୁ ଅବସର ନେବେ।

Comment