ଓଡ଼ଶାଲାଇଭ୍ ବ୍ୟୁରୋ

ଭାରତୀୟ ଖାଦ୍ୟରେ ଟମାଟୋ ସୁପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି। ଭାରତୀୟ ବ୍ୟଞ୍ଜନ ଦେଶ ବିଦେଶରେ ସବୁଠି ପରିଚିତ। ଭାରତୀୟ ଖାଦ୍ୟକୁ ବିଦେଶୀମାନେ ବି ବେଶ୍ ପସନ୍ଦ କରିଥାନ୍ତି। ତେବେ ଏହି ଭାରତୀୟ ବ୍ୟଞ୍ଜନରେ ସୁପ୍‌ର ଲୋକପ୍ରିୟତା ଗତ କିଛି ବର୍ଷ ହେଲା ବୃଦ୍ଧି ପାଇଛି।

ଅନ୍ୟ ସୁପ୍ ତୁଳନାରେ ଟମାଟୋ ସୁପ୍‌କୁ ଲୋକେ ବେଶୀ ପସନ୍ଦ କରୁଥିବା ଦେଖାଯାଇଛି। ସ୍ୱାଦିଷ୍ଟ ସହ ଏହା ଶରୀର ପାଇଁ ବେଶ୍  ଉପଯୋଗୀ। ଆସନ୍ତୁ ଜାଣିବା ଟମାଟୋ ସୁପ୍‌ ଆମ ଶରୀର ପାଇଁ କେତେ ଉପଯୋଗୀ,

  • ଟମାଟୋ ସୁପ୍‌ରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ଥାଏ। ଏଥିସହ ଟମାଟୋ ସୁପ୍‌ରେ ଭିଟାମିନ-ବି ଓ ପୋଟାସି୍ୟମ ଥାଏ ଯାହା ଆମ ଶରୀରର ହୃଦଯନ୍ତ୍ରକୁ ସୁସ୍ଥ ରଖିଥାଏ।
  • ଟମାଟୋ ସୁପ୍‌ରେ ଥିବା ସେଲେନି୍ୟମ୍ ଯୋଗୁଁ ଶରୀରରେ ଭଲଭାବରେ ରକ୍ତ ସଞ୍ଚାଳନ ହୋଇଥାଏ।
  • ଏହା ବ୍ୟତୀତ ଟମାଟୋ ସୁପ୍ ଛୋଟ ପିଲାଙ୍କ ପାଇଁ ମଧ୍ୟ ବେଶ୍ ଉପକାରୀ। ବିଶେଷଜ୍ଞଙ୍କ ମତରେ ଛୋଟପିଲାଙ୍କ ପେଟରେ କୃମି ଥାଏ, ଏହା ଯନ୍ତ୍ରଣା କରିଥାଏ। ସେଥିରୁ ପିଲାଙ୍କୁ ରକ୍ଷା କରିବାକୁ ହେଲେ ପ୍ରତିଦିନ ଟମାଟୋ ସୁପ୍‌ରେ ଅଧ ଚାମଚ ଗୋଲ ମରିଚ ମିଶାଇ ପିଇବାକୁ ଦିଅନ୍ତୁ।
  • ଏକ ଗବେଷଣାରୁ ଜଣାପଡ଼ିଛି ପ୍ରତି ଦିନ ଟମାଟୋ ସୁପ୍ ପିଉଥିବା ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ।
  • ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ୍ ପିଇବ ବେଶ୍ ହିତକାରୀ। ଏଥିରେ ଥିବା ଭିଟାମିନ-ସି ଗର୍ଭବତୀ ମହିଳାଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ ।

Comment