ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନୀ ଟିଭି ସାମ୍ବାଦିକ ଭାରତ ବିରୋଧରେ ମନ୍ତବ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲୱାମା ହମଲା ପରେ ଭାରତ ପାକିସ୍ତାନକୁ ଟମାଟୋ ଯୋଗାଇବା ବନ୍ଦ କରିଦେଇଥିବାରୁ ସାମ୍ବାଦିକ ଜଣକ ରାଗି ପାଚି ଲାଲ ହୋଇଯାଇଛନ୍ତି।

ଭିଡିଓରେ ସାମ୍ବାଦିକ କହୁଛନ୍ତି ଯେ, ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି। ଏହି ପରମାଣୁ ବୋମା ପାକିସ୍ତାନ ଘରେ ସଜେଇବା ପାଇଁ ସାଇତି ରଖିନି। ଭାରତ ପାକିସ୍ତାନକୁ ଟାମୋଟା ଯୋଗାଇବା ବନ୍ଦ କରିଦେବା ଜବାବରେ ପାକିସ୍ତାନ ପରମାଣୁ ବୋମା ବ୍ୟବହାର କରିବ। ସେ ଆହୁରି ପ୍ରଶ୍ନ ପଚାରିଛନ୍ତି ଯେ, ଭାରତ କ’ଣ ଭାବୁଛି ଯେ ପାକିସ୍ତାନ ଟମାଟୋ ବିନା ରହି ପାରିବନି। ପାକିସ୍ତାନକୁ ଟମାଟୋ ବନ୍ଦ କରି ଏକ ନୀଚ କାମ କରିଛି। ଏହି ଟମାଟୋ ଆମେ ମୋଦି ଏବଂ ରାହୁଲକୁ ଫୋପାଡ଼ୁଛୁ। ଆଗକୁ ପାକିସ୍ତାନ ନିଜେ ଟମାଟୋ ଚାଷ କରିବ ବୋଲି ସାମ୍ବାଦିକ କହିଛନ୍ତି।

ଟମାଟୋର ଜବାବ ପରମାଣୁ ବୋମା ଦ୍ୱାରା ଦେବାର ସମୟ ଆସିଯାଇଛି ବୋଲି କହିଥିଲେ। ପାକିସ୍ତାନରେ ପରମାଣୁ ବୋମା କେବଳ ଭାରତ ପାଇଁ ତିଆରି ହେଉଛି ବୋଲି କହିଥିଲେ ସାମ୍ବାଦିକ। ସୋସିଆଲ ମିଡିଆରେ ସାମ୍ବାଦିକଙ୍କ ଭିଡିଓକୁ ପରିହାସ କରାଯାଇଛି।

Comment