ଓଡ଼ିଶାଲାଇଭ ବ୍ୟୁରୋ

ବିଜେପିରେ ମିଶିଲେ ଦେଶର ଜଣାଶୁଣା କୁସ୍ତିଯୋଦ୍ଧା ଯୋଗେଶ୍ଵର ଦତ୍ତ। ହରିୟାଣା ବିଧାନସଭା ନିର୍ବାଚନ ଠିକ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି। ଆଜି ସେ ବିଜେପି କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କରିଛନ୍ତି।
ବୁଧବାର ଯୋଗେଶ୍ଵର ହରିୟାଣାର ବିଜେପି ଅଧ୍ୟକ୍ଷ ସୁଭାଷ ବରାଲାଙ୍କ ସହ ସାକ୍ଷାତ କରିଥିଲେ। ଏହାପୂର୍ବରୁ ମଧ୍ୟ ସେ ବହୁବାର କେନ୍ଦ୍ର ଓ ରାଦ୍ୟ ସରକାରଙ୍କ ଅନେକ ନିୟମକୁ ସମର୍ଥନ ମଧ୍ୟ କରିଛନ୍ତି।
ଯୋଗେଶ୍ଵର ଦତ୍ତ ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ୬୦ କିଲୋ ଗ୍ରାମ ବର୍ଗରେ ବ୍ରୋଞ୍ଚ ପଦକ ହାସଲ କରିଥିଲେ। କେଡି ଯାଦବ ଓ ସୁଶିଲ କୁମାରଙ୍କ ପରେ ସେ ତୃତୀୟ ଭାରତୀୟ ଯିଏକି ବିଦେଶରେ ପଦକ ହାସଲ କରିଛନ୍ତି। ଅଲମ୍ପିକ ବ୍ୟତୀତ ଯୋଗେଶ କମନଓ୍ଵେଲ୍ଥ ଗେମ୍ ଏସିଆନ ଗେମ୍ରେ ମଧ୍ୟ ଦେଶ ପାଇଁ ପଦକ ଜିତିଛନ୍ତି।


















