ଓଡ଼ିଶାଲାଇଭ୍ ବ୍ୟୁରୋ

mo bus fleet CRUT

ବିଶ୍ୱ ପର୍ଯ୍ୟଟନ ଦିବସରେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ଆରମ୍ଭ କରାଯାଉଛି ‘ମୋ ବସ’ର ନୂଆ ବସ୍ ରୁଟ୍ ସେବା। ଏହି ବସ୍ ରୁଟ୍ ସେବା ମାଷ୍ଟର୍ କ୍ୟାଣ୍ଟିନରୁ ଲିଙ୍ଗରାଜ ମନ୍ଦିର ଯାଏଁ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯିବ। ନୂଆ ରୁଟ୍‌ ନମ୍ବର ୩୨ ମୋଟ୍‌ ୧୪ଟି ବସ୍ ଷ୍ଟପ୍ ଦେଇ ଗତି କରିବ ବୋଲି କ୍ରୁଟର ଜେନେରାଲ୍ ମ୍ୟାନେଜର୍ ଦିପ୍ତୀ ମହାପାତ୍ର କହିଛନ୍ତି।

‘‘ନୂଆ ରୁଟ୍ ନଂ ୩୨ ଦେଇ ସମୁଦାୟ ୪ଟି ବସ୍ ମାଷ୍ଟର୍ କ୍ୟାଣ୍ଟିନ୍, ଅଶୋକନଗର, ରାଜମହଲ ଛକ, ରାଜ୍ୟ ସଂଗ୍ରହାଳୟ, ବିଜେବି କଲେଜ, ଏନସିସି କ୍ୟାଣ୍ଟିନ୍, ଶ୍ରୀ ହସ୍ପିଟାଲ୍, ରବି ଟକିଜ୍‌ ଛକ, କେଦାରଗୌରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର ଆଉ ଲିଙ୍ଗରାଜ ମନ୍ଦିର ରୋଡ ବସ୍ ଷ୍ଟପ୍ ଦେଇ ଗତି କରିବ।

ପ୍ରଥମ ବସ୍ ସ୍ଥାନୀୟ ମାଷ୍ଟର୍ କ୍ୟାଣ୍ଟିନ୍ ବସ୍ ଷ୍ଟପରୁ ସକାଳ ୬ଟା ୪୦ ମିନିଟରେ ବାହାରି ରାତି ୮ ଘଣ୍ଟା ୫୦ ମିନିଟ୍ ଯାଏଁ ଚାଲିବ। ସେହିପରି ସକାଳ ୭ଟା ୨୦ରେ ଲିଙ୍ଗରାଜ ମନ୍ଦିର ପାଖ ବସଷ୍ଟପରୁ ପ୍ରଥମ ବସ୍ ବାହାରି ରାତି ୯ଟା ୪୦ ଯାଏଁ ଚାଲିବ। ଜରୁରୀ ସମୟରେ ପ୍ରତି ୨୦ ମିନିଟ୍ ବ୍ୟବଧାନରେ ଆଉ ଅନ୍ୟାନ୍ୟ ସମୟରେ ୩୦ ମିନିଟ୍ ବ୍ୟବଧାନରେ ବସ୍ ସେବା ମିଳିବ।

“ନୂଆ ରୁଟ୍ ନଂ ୩୨ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ରାଜ୍ୟ ସଂଗ୍ରହାଳୟ, କେଦାରଗୌରୀ ମନ୍ଦିର ଆଦି ଅନେକ ଐତିହାସିକ ପର୍ଯ୍ୟଟନସ୍ଥଳୀକୁ ଯୋଡ଼ିବ। ଏହା ଭୁବନେଶ୍ଵରବାସୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏକ ଉତ୍ତମ ବସରୁଟ୍ ସେବା ହେବ” କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଜେନେରାଲ୍ ମ୍ୟାନେଜର୍ ଦିପ୍ତୀ ମହାପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here