ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଭୁବନେଶ୍ଵର, କଟକ ଏବଂ ପୁରୀରେ ‘ମୋ ବସ’ ଚାଲୁଛି। ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି ଆଉ ୩ଟି ଜିଲ୍ଲାର ନାଁ। ସମ୍ବଲପୁର, ଝାରସୁଗୁଡ଼ା ଏବଂ ଗଞ୍ଜାମରେ ଯାତାୟତକୁ ସହଜ କରିବା ପାଇଁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବଲପୁର ଏବଂ ଝାରସୁଗୁଡ଼ା, ବ୍ରଜରାଜନାଗର ଓ ବେଲପାହାଡ଼କୁ ମୋ ବସ୍ ଚଳାଚଳ କରିବାକୁ ଥିବାବେଳେ ଏପଟେ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ମୋ ବସ ଚଳାଚଳ କରିବ।

Tags: #MoBus #MoBusService #Odisha #Jharsuguda #Ganjam #Sundargarh

Comment