ଓଡ଼ିଶାଲାଇଭ ବ୍ୟୁରୋ

ଏକ ସପ୍ତାହ ଆମେରିକା ଗସ୍ତ ପରେ ରବିବାର ଦେଶକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କୁ ସ୍ଵାଗତ କରିବାକୁ ବିଜେପି କର୍ମକର୍ତ୍ତାଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି। ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ କରି ରାଲିରେ ନିଆଯାଇଥିଲା।

ଏହି ରାଲିରେ ଦିଲ୍ଲୀର ୭ ଜଣ ସାଂସଦ, ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏକ ବଡ଼ ସଂଖ୍ୟାରେ ଲୋକଙ୍କ ଗହଳି ଯୋଗୁଁ କରି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ପାଲମ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହାପରେ ସେଠାରୁ ତାଙ୍କୁ ରାଲି ଯୋଗେ ତାଙ୍କୁ ପ୍ରଧାନମନ୍ତ୍ରୀ ନିବାସକୁ ନିଆଯାଇଛି। ମୋଦୀଙ୍କୁ ସ୍ଵାଗତ କରିବାକୁ ପାର୍ଟି ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା।

Comment