ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ବିଦାୟ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ କାର୍ଯ୍ୟକ୍ରମ ସାରି ଶନିବାର ଅପରାହଣ୍‌ରେ ଦିଲ୍ଲୀ ଫେରିଯାଇଛନ୍ତି।

ରାଷ୍ଟ୍ରପତି ଆଜି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ବିମାନବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏବଂ ପୋଲିସ୍ ଡିଜି ପ୍ରମୁଖ ଉପସ୍ଥିତ ରହିଥିଲେ।

ବିଦାୟ ନେବା ସମୟରେ ରାଷ୍ଟ୍ରପତି କୋବିନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଛି ସମୟ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ରାଷ୍ଟ୍ରପତି ଆଜି ଦିଲ୍ଲୀ ଫେରିଯାଇଛନ୍ତି।

Comment