ଓଡ଼ିଶାଲାଇଭ ବ୍ୟୁରୋ

ବାଲୁକା କଳାରେ ଲତା ମଙ୍ଗେସକରଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ଏହି ବାଲୁକା କଳାକୁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି। ତାଙ୍କର ଏହି କଳାକୁ ସେ ଟୁଇଟରରେ ମଧ୍ୟ ସେୟାର କରିଛନ୍ତି।


ସେ ଟୁଇଟରରେ ଲେଖିଛନ୍ତି, “ନମସ୍କାର ଲତା ଦିଦି। ଆପଣଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ଓ ଲମ୍ଵା ଆୟୁଷ ଦିଅନ୍ତୁ। ଆପଣ ସେମତି କୋଟି କୋଟି ଲୋକଙ୍କ ପ୍ରେରଣା ହୋଇ ରୁହନ୍ତୁ।”

ଶନିବାର ୯୦ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କଣ୍ଠ ଶିଳ୍ପୀ ଲତା ମଙ୍ଗେସକର। ୧୯୨୯ ମସିହା ସେପ୍ଟେମ୍ଵର ୨୮ରେ ସେ ଜନ୍ମ ଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନ ଅବସରରେ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।

Comment