ଓଡ଼ିଶାଲାଇଭ୍ ବ୍ୟୁରୋ

କେବଳ ମହିଳା ନୁହେଁ ପୁରୁଷମାନେ ବି ଫେସିଆଲ କରିବା ଉଚିତ୍। ମହିଳା ହେଉ ବା ପୁରୁଷ, ସମସ୍ତଙ୍କ ତ୍ୱଚା ସମ୍ବେଦନଶୀଳ ଅଟେ। ବାହାରର ପ୍ରଦୂଷିତ ଧୂଳି, ଧୂଆଁ ତ୍ୱଚାକୁ ଭିତରୁ ଖରାପ କରିଦିଏ। ବୟସ ପୂର୍ବରୁ ମୁହଁ ବୟସ୍କ, ବ୍ରଣ, ହ୍ଵାଇଟ୍ ହେଡ୍ସ୍, ବ୍ଲାକ୍ ହେଡ୍ସ୍ ଭଳି ସମସ୍ତ ସମସ୍ୟାର କାରଣ ହୋଇଥାଏ। କିନ୍ତୁ ଫେସିଆଲ୍ କରି ଏଭଳି ସମସ୍ୟାକୁ ଦୂର କରିହେବ।

ତେଣୁ ପୁରୁଷମାନଙ୍କୁ ବି ନିଜ ତ୍ୱଚା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଯେପରିକି,

  • ଫେସିଆଲ୍‌ରେ ଅତି କମ୍‌ରେ ଅଧ ଘଣ୍ଟା ଯାଏଁ ମୁହଁରେ ମାଲିସ କରାଯାଏ। ଏହା ମାନସିକ ଚିନ୍ତା ଦୂର କରେ।
  • ଆଖିକୁ ଆରାମ ମିଳେ।
  • ଅଧିକାଂଶ ପୁରୁଷମାନେ ଘରେ ମୁହଁକୁ ଭଲ ଭାବେ ଧୋଇ ନଥା’ନ୍ତି। ତେବେ ପନ୍ଦର ମିନିଟ୍‌ର ମସାଜ ତ୍ଵଚାକୁ ଭିତରୁ ସଫା କରେ।
  • ମୁହଁର ମାଂସପେଶୀରେ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରି ପ୍ରାକୃତିକ ଚମକ ଆଣେ।
  • ଫେସିଆଲ୍‌ରେ ବ୍ୟବହାର କରାଯାଉଥିବା କ୍ରିମ୍, ସ୍କ୍ରବ୍, ଜେଲ୍ ମିଶି ତ୍ୱଚାକୁ ଚିକ୍କଣ ଓ ପରିଷ୍କାର ହୋଇଥାଏ।
  • ଧୂଳି, ପ୍ରଦୂଷଣ ତ୍ୱଚାର ଲୋକ ଛିଦ୍ରକୁ ବନ୍ଦ କରିଦିଏ।
  • ଆଖି ତଳର ତ୍ୱଚା ସବୁଠାରୁ ବେଶି ସମ୍ବେଦନଶୀଳ ହୋଇଥାଏ। ତେବେ ଫେସିଆଲ୍ କରିବା ଫଳରେ ଆଖି ତଳେ ପଡ଼ିଥିବା କଳା ଦାଗ ଦୂର ହୋଇଥାଏ।

Comment