ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇ ଏମର୍ଜିଂ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୋମବାର ମୁମ୍ବାଇରେ ଭାରତୀୟ ଜୁନିୟର ଟିମର ସିଲେକ୍ସନ କମିଟି ଏହି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି।

ଆସନ୍ତା ନଭେମ୍ବରେ ବାଂଲାଦେଶରେ ହେବାକୁ ଥିବା ଏହି ଟୁର୍ଣ୍ଣମେଣ୍ଟରେ ଭାରତୀୟ ଦଳ ଅଂଶଗ୍ରହଣ କରିବ। ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଦଳର ୨୩ବର୍ଷରୁ କମ୍ ବୟସର ଖେଳାଳିମାନେ ଅଂଶଗ୍ରହଣ କରିଥାନ୍ତି।

୨୦୧୩ ମସିହାରେ ପ୍ରଥମ ଥର ପାଇଁ ଏସିଆର ୮ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ପରେ ଏହାର ଦ୍ୱିତୀୟ ସଂସ୍କରଣ ୨୦୧୭ରେ ଖେଳାଯାଇଥିଲା। ଏହାପରେ ଲଗାତାର ୨୦୧୮ରେ ମଧ୍ୟ ଏହି ଏମର୍ଜିଂ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା।

ଏହାର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା। ଏହାପରେ ଦ୍ୱିତୀୟ ଓ ତୃତୀୟ ସଂସ୍କରଣରେ ଶ୍ରୀଲଙ୍କା ଚାମ୍ପିୟନ ହୋଇଛି। ୨୦୧୯ର ଏମର୍ଜିଂ ଏସିଆ କପରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ବାଂଲାଦେଶ ସହ ଶ୍ରୀଲଙ୍କା, ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଓମାନ, ହଂକଂ ଓ ୟୁଏଇ ଅଂଶଗ୍ରହଣ କରିବେ।

ଭାରତୀୟ ଦଳ:

ବି.ଆର୍.ଶରଥ(ଅଧିନାୟକ/ୱିକେଟ୍ କିପର), ବିନାୟକ ଗୁପ୍ତା, ଆର୍ଯ୍ୟାନ୍ ଜୁୟାଲ୍, ଚିନ୍ମୟ ସୁତାର, ୟଶ ରାଥୋଡ, ଅରମାନ୍ ଜାଫର, ସନଭୀର ସିଂହ, କମଲେଶ ନାଗରକୋଟି, ହ୍ରିତିକ୍ ଶୋକେନ, ଏସ.ଏ.ଦେଶାଇ, ଅର୍ଶଦୀପ୍ ସିଂହ, ଏସ୍.ଆର.ଦୁବେ, କୁମାର ସୁରଜ, ପି. ରେଖାଡ଼େ, କୁଲଦୀପ ଯାଦବ।

Comment