ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି। ସକାଳ ୮ଟା ୩୨ ମିନିଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ବଙ୍ଗୋପସାଗରର ସମୁଦ୍ରତଳରୁ ୧୦ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ ରହିଛି। ଓଡ଼ିଶାର ପୁରୀଠାରୁ ଏହା ୪୨୧ କିଲୋମିଟର ପୂର୍ବ ଦିଗରେ ବଙ୍ଗୋପସାରଗରରେ ଏହି ରହିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୂମିକମ୍ପ ପାଇଁ ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ କମ୍ପନ ଅନୁଭୂତ ହୋଇଛି। ବାଂଲାଦେଶର କକ୍ସ ବଜାରଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୩୪୦ କିମି ଏବଂ ଚିଟାଗଙ୍ଗଠାରୁ ୩୭୯ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆକଳନ କରାଯାଇଛି। ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିନାହିଁ।

ଏହା ପୂର୍ବରୁ ଆଜି ସକାଳ ୭ଟାରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଅଞ୍ଚଳରେ ରିକ୍ଟର ସ୍କେଲରେ ୩.୩ ତୀବ୍ରତା ବିଶିଷ୍ଟ ଏକ ରେକର୍ଡ କରାଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Tags: #Earthquake #5.1Magnitude #BayOfBengal #India #Bangladesh #NCS

Comment