ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ପରଲୋକ ଘଟିଛି। ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ଏହି ଅଭିନେତା କାଲିଆ ନାଁରେ ବେଶି ଲୋକପ୍ରିୟ। ଫେମସ୍‌ ଫିଲ୍ମ ‘ସୋଲେ’ରେ କାଲିଆ ଭୂମିକାରେ ଅଭିନୟ କରି ସେ ବେଶ୍‌ ପରିଚିତ ହୋଇପାରିଥିଲେ। ଏବେ ବି ସୋଲେ ଫିଲ୍ମର ଫେମସ୍‌ ଡାଇଲଗ୍‌ ‘ତେରା କ୍ୟା ହୋଗା କାଲିଆ’ ସମସ୍ତଙ୍କ ମୁହଁର ରହିଛି। ବିଜୁ ଖୋଟେ ନିଜ ନାଁ ପାଇଁ ଯେତିକି ପରିଚିତ ନ ଥିଲେ , ସେ ନିଜ କାଲିଆ ଚରିତ୍ର ପାଇଁ ଅଧିକ ଚର୍ଚ୍ଚିତ।

ବିଜୁ ଖୋଟେ ଫିଲ୍ମ ‘କୟାମତ୍‌ ସେ କୟାମତ୍‌’, ‘ଭେଣ୍ଟିଲେଟର’ ଏବଂ ଟିଭି ସୋ’ ‘ଜବାନ ସମ୍ଭାଲ୍‌କେ’ରେ ନଜର ଆସିଛନ୍ତି।

ବିଜୁ ଖୋଟେ ୧୯୬୪ରେ ଅଭିନୟ ଜୀବନୀ ଆରମ୍ଭ କରିଥିଲେ। ସେ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି। ସୋଲେ ଛଡ଼ା ତାଙ୍କର ଅନ୍ଦାଜ ଅପନା ଅପନା ଫିଲ୍ମ ପାଇଁ ସେ ଖୁବ ପ୍ରଂଶସା ସାଉଁଟିଥିଲେ।

LEAVE A REPLY

Please enter your comment!
Please enter your name here