ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ବିଜେଡି କରିବ ସୋସିଆଲ ସର୍ଭିସ ଓ୍ୱିଙ୍ଗ୍ ଅର୍ଥାତ୍ ସାମାଜିକ କାର୍ଯ୍ୟକ୍ରମ। ଜନ ସଂପର୍କ ପଦଯାତ୍ରା ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ନବୀନ କହିଛନ୍ତି,‘‘ ଆମେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ। ଏହି କାର୍ଯ୍ୟକ୍ରମ ଜରିଆରେ ୩ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଏହାଦ୍ୱାରା ଲୋକଙ୍କ ଜୀବନ ବଞ୍ଚି ପାରିଛି।’’
କେବଳ ଏତିକି ନୁହେଁ ଦଳୀୟ ନେତାଙ୍କୁ ମଧ୍ୟ ଗୁରୁମନ୍ତ୍ର ଦେଇଛନ୍ତି ନବୀନ। ‘‘ଲୋକଙ୍କ ପାଖକୁ ଯାଅ, ସେମାନଙ୍କ କଥା ବୁଝ। ସରକାରଙ୍କ ଭଲ କାମ ଲୋକଙ୍କ ନିକଟରେ ପହଞ୍ଚାଅ। ପଦଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟତର ହୁଅ’’, କହିଛନ୍ତି ନବୀନ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିଜେଡି ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଛି। ଏହି ପଦଯାତ୍ରା ଅକ୍ଟେବାର ୧୧ ପର୍ଯ୍ୟନ୍ତ ଚାଲିବ।

















